ଶ୍ରମ ମୋକଦ୍ଦମା ପରିଚାଳନା ବ୍ୟବସ୍ଥା କୁ ସ୍ୱାଗତ

“ଶ୍ରମ ମୋକଦ୍ଦମା ପରିଚାଳନା ବ୍ୟବସ୍ଥା", ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭଗ ଅଧୀନରେ ଥିବା ଶ୍ରମ ନିର୍ଦ୍ଦେଶାଳୟର ଏକ ଉଦ୍ୟମ ଯାହାକି "5T କାର୍ଯ୍ୟକ୍ରମ"ର ଏକ ଅଂଶବିଶେଷ |

“ଶ୍ରମ ମୋକଦ୍ଦମା ପରିଚାଳନା ବ୍ୟବସ୍ଥା" ସର୍ବନିମ୍ନ ମଜୁରୀ ଆଇନ, ୧୯୪୮; ଗ୍ରାଚ୍ୟୁଟି ପ୍ରଦାନ ଆଇନ, ୧୯୭୨ ଓ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩ ଅଧୀନରେ ଦାବୀଦାରମାନଙ୍କ ଦ୍ୱାରା ଦରଖାସ୍ତ ଗ୍ରହଣ କରିବାର ଏକ ମାଧ୍ୟମ ଅଟେ | ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ସେବା ପ୍ରଦାନ କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ତଥା ମୋକଦ୍ଦମାଗୁଡିକର ପ୍ରକୃତ ସ୍ଥିତି ଜାଣିବା ନିମନ୍ତେ ଏଥିରେ ପ୍ରାବଧାନ କରାଯାଇଛି |

ଏହାଦ୍ୱାରା, ବିଭିନ୍ନ ଭାଗିଦାରୀ ଯଥା - ଦାବିଦାର, ପ୍ରାଧିକାରୀ / ଆୟୁକ୍ତ , ଓକିଲ ତଥା ବୀମା ସଂସ୍ଥାମାନେ ମୋକଦ୍ଦମାଗୁଡିକର ସ୍ଥିତି ଜାଣିବା ପାଇଁ ସକ୍ଷମ ହୋଇପାରିବେ |

ଏହି ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ପ୍ରଚଳିତ ଆଇନ ତଥା ନିୟମବଳୀଗୁଡ଼ିକର ସହାୟତା ନେଇପାରନ୍ତି |

  • Smt. Chithra Arumugam, IAS
    Principal Secretary,Labour & ESI
  • Shri Vijay Amruta Kulange , IAS
    ଶ୍ରମ କମିଶନର, ଓଡିଶା